Wednesday, April 19, 2023

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଗୁଜରାତ ଉଚ୍ଚନ୍ୟାୟାଳୟଙ୍କ ରାୟ

 Dissection of Judgement of Gujarat High Court and order of CIC on Disclosure of Information relating to Academic Qualification of  Prime Minister Narendra Modi.

୧ମ ଭାଗ 

- ପ୍ରଧାନମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ବା ସେ ହାସଲ କରିଥିବା ଡିଗ୍ରୀ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ  Sri Arabinda Kejriwal ବା କେନ୍ଦ୍ରୀୟ ସୂଚନା କମିଶନ କାହାର  ସେପରି ବିଶେଷ ଆଗ୍ରହ ନଥିଲା । 

- ମୋଦିଙ୍କର  ଶିକ୍ଷାଗତ ଡିଗ୍ରୀ ସମ୍ପର୍କିତ ତଥ୍ୟ କେହି ବି ମାଗି ନଥିଲେ । 

- ସୂଚନା କମିଶନଙ୍କୁ ତଥ୍ୟ ମିଳିନଥିବା ଦର୍ଶାଇ  କେହି ବି ଅଭିଯୋଗ କରିନଥିଲେ ।

-  ତଥ୍ୟ ଜାଣିବା ପାଇଁ  ଶ୍ରୀ ଅରବିନ୍ଦ କେଜରିବାଲ Delhi University ବା Gujarat University କୁ  ତଥ୍ୟ ମାଗିନଥିଲେ ।

-  ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଜାଣିବା ପାଇଁ ମନରେ ଥିବା କୌତୁହଳରୁ ହିଁ କମିଶନଙ୍କ ବିଚାରକୁ ଆସିଥିଲା ।

- ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ନେଇ  ରାଜନୈତିକ ବୟାନବାଜି ସୃଷ୍ଟି କରାଯାଇଥିଲା ।
--------------------------------------------------------------

କେସ୍‌ର ଆରମ୍ଭ 

୨୪.୧୧.୨୦୧୪ରେ ଦିଲ୍ଲୀର ସଂଜୀବ ଗୁପ୍ତା ନାମକ ଜଣେ ବ୍ୟକ୍ତି Delhi Electoral Officer (DEO), ନୂଆଦିଲ୍ଲୀଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ହେଉଛି ଶ୍ରୀ ଅରବିନ୍ଦ କେଜରିବାଲ ଉତ୍ତରପ୍ରଦେଶର ଗାଜିଆବଦ ଅଂଚଳର ହୋଇଥିବା ବେଳେ ସେ ପୁଣି କିପରି ଦିଲ୍ଲୀର ବାସିନ୍ଦା ହେଲେ, ଏହାର ତଦନ୍ତ ପାଇଁ ଶ୍ରୀ ଗୁପ୍ତା  ନିବେଦନ କରିଥିଲେ ।  ଅଭିଯୋଗ କରିବାର ଗୋଟିଏ ଦିନ ପରେ ଅର୍ଥାତ ୨୫.୧୧.୨୦୧୪ରେ  ଶ୍ରୀ ସଂଜୀବ ଗୁପ୍ତା ସୂଚନା ଅଧିକାର ଆଇନ ବଳରେ  DEOଙ୍କୁ  ତାଙ୍କ ଅଭିଯୋଗ ଉପରେ କି କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ତଥ୍ୟ ମାଗିଥିଲେ  । ଏହି ଦରଖାସ୍ତ ରେ କେଜରିବାଲା ଦାଖଲ କରିଥିବା 8A Form (Electoral Rollରେ ଠିକଣା ପରିବର୍ତ୍ତନ ( transposition) ପାଇଁ ଦାଖଲ ହୋଇଥିବା ଫର୍ମ ) ର certified copy ଚାହିଁଥିଲେ । ତଥ୍ୟ ନମିଳିବାରୁ ଶ୍ରୀ ଗୁପ୍ତା  ଫେବ୍ରୁଆରୀ, 2015ରେ କେନ୍ଦ୍ରୀୟ ସୂଚନା କମିଶନ ( CIC) ଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସୂଚନା କମିଶନ କେସ୍‌ କୁ ପଞ୍ଜିକୃତ  କରି ( CIC/SA/C/2015/000275) ଶୁଣାଣି ଆରମ୍ଭ କରିଥିଲେ । ୧୮.୩.୧୬ ରେ କେସ୍‌ ଶୁଣାଣି ସମୟରେ DEO ଙ୍କ କାର୍ଯ୍ୟାଳୟର  କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ  ଜବାବ ଦାଖଲ କରି ଦର୍ଶାଇଥିଲେଯେ , କେଜରିବାଲା ଯେଉଁ Form 8A ଦାଖଲ କରିଥିଲେ , ତାହାକୁ ସେ ୮.୧.୧୫ ରେ ପ୍ରତ୍ୟାହାର କରି ନେଇଥିଲେ । ତେଣୁ ଉକ୍ତ ତଥ୍ୟ ଦେବା ସମ୍ଭବ ହୋଇ ନଥିଲା । ପୁଣି ଶ୍ରୀ  ଗୁପ୍ତାଙ୍କ ଅଭିଯୋଗ  ବିଚାରଧୀନ ଥିବାରୁ ତଥ୍ୟ ପ୍ରଦାନ ରେ ବିଳମ୍ବ ହେଲା ବୋଲି  ଦର୍ଶାଇଥିଲେ  ଯାହାକୁ କମିଶନ ଗ୍ରହଣ କରିଥିଲେ । 

ଶୁଣାଣି ସମୟରେ ଆଭିଯୋଗକାରୀ ଶ୍ରୀ ଗୁପ୍ତା  ଶ୍ରୀ କେଜରିବାଲା ଙ୍କ ସମ୍ପର୍କରେ ଅନେକ ପ୍ରଶ୍ନ ଯଥା ତାଙ୍କର ପ୍ରକୃତ ବାସସ୍ଥାନ ଠିକଣା,  ସେ କାହିଁକି Form 8A  ପ୍ରତ୍ୟାହାର କଲେ , Electoral Roll ରେ ସେ କାହିଁକି ତାଙ୍କର ଠିକଣା ବାରମ୍ବାର ପରିବର୍ତ୍ତନ କରୁଥିଲେ , ଇତ୍ୟାଦି ପ୍ରଶ୍ନ ପଚାରିଥିଲେ । ଯେହେତୁ ଏ ସବୁ  ପ୍ରଶ୍ନ  ଶ୍ରୀ କେଜରିବାଲା ଙ୍କ ସମ୍ପର୍କିତ ଥିଲା , ତେଣୁ ସୂଚନା କମିଶନ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଶ୍ରୀ କେଜରିବାଲାଙ୍କୁ ଜବାବ ଦାଖଲ ପାଇଁ ନୋଟିସ କରିଥିଲେ । ୨୮.୪.୨୦୧୬ ରେ ଶୁଣାଣି ସମୟରେ କେଜରିବାଲା ଜବାବ ଦାଖଲ କରି ଦର୍ଶାଇଥିଲେଯେ ,  ସରକାରୀ ରେକର୍ଡରେ ଯାହା କିଛି ତଥ୍ୟ ଅଛି , ଉକ୍ତ ସମସ୍ତ ତଥ୍ୟ ଆବେଦନକାରୀ ଙ୍କୁ ଦିଆଯାଇପାରେ । ତାଙ୍କର ବିରୋଧ ନାହିଁ।

ଆବେଦନକାରୀ ପୁଣି ପ୍ରଶ୍ନ ଉଠାଇଥିଲେ ଯେ ଶ୍ରୀ କେଜରିବାଲ ବିଧାୟକ ପଦବୀ, ବିଧାୟକ ଦଳର ନେତାଭାବେ ତାଙ୍କ କାର୍ଯ୍ୟାଳୟ  ଏବଂ ତାଙ୍କର "ଆପ" ଦଳକୁ କାହିଁକି ସୂଚନା ଅଧିକାର ଆଇନ ଅଧୀନରେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରାନଯିବ, ଏ ସମ୍ପର୍କରେ କମିଶନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । 
ଏହି ସବୁ ପ୍ରଶ୍ନ ଉପରେ ଶ୍ରୀ କେଜରିବାଲ ଜବାବ ରଖି କମିଶନ ଯେଉଁ ନିଷ୍ପତ୍ତି ନେବେ ତାହା ସେ ଗ୍ରହଣ କରିବେ ବୋଲି କହିଥିଲେ । ଏ ସମ୍ପର୍କରେ କେନ୍ଦ୍ରୀୟ ସୂଚନା କମିଶନଙ୍କ ବେଞ୍ଚ ନିଷ୍ପତ୍ତି ନେବ ବୋଲି କମିଶନ ଦର୍ଶାଇ ଉକ୍ତ ପ୍ରସଙ୍ଗର ପରିସମାପ୍ତି ଘଟାଇଥିଲେ।

କିନ୍ତୁ ଘଟଣାଟି ଏତିକିରେ ସରିନଥିଲା । ଅରବିନ୍ଦ କେଜରିବାଲା ତାଙ୍କର ପୁରୁଣା ଖେଳ ଆରମ୍ଭ କରିଥିଲେ । ୨୯.୪.୨୩ ତାରିଖ ଶୁଣାଣି ସମୟରେ ଶ୍ରୀ  କେଜରିବାଲା Times of India ରେ ସୂଚନା କମିଶନଙ୍କ ଏକ ଅର୍ଡର ଉପରେ  ପ୍ରକାଶିତ ଏକ news କୁ ଆଧାର କରି ଅଭିଯୋଗ କରିଥିଲେଯେ,  ସୂଚନା କମିଶନ ପ୍ରଧାନମନ୍ତ୍ରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ଚାହୁଁ ନଥିବା ବେଳେ ତାଙ୍କୁ ତଥ୍ୟ ପ୍ରଦାନ ପାଇଁ କିପରି ବାଧ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।  

ସୂଚନା କମିଶନଙ୍କ ଏହି ଅର୍ଡର କଣ ଥିଲା , ତାହା ସମସ୍ତେ ବୁଝିବା ଜରୁରୀ । ୨୦୧୪ ରେ ହାଁସ ରାଜ ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ କୁ ବ୍ୟବହାର କରି  Delhi University କୁ   ପ୍ରଥମ ଅକ୍ଷର "M" ଓ "N" ଥିବା  ନାମଗୁଡିକର ( ସମସ୍ତ ପରୀକ୍ଷାର୍ଥୀଙ୍କର) ଶିକ୍ଷାଗତ ଡିଗ୍ରୀ ତଥ୍ୟ ଦେବା ପାଇଁ ଆବେଦନ କରିଥିଲେ । ଏଭଳି ନାମ search କରି ତଥ୍ୟ ପ୍ରଦାନ କରିବା ସମ୍ଭବ ନୁହେଁ  ବୋଲି ଦର୍ଶାଇ  Delhi University ଦରଖାସ୍ତଟିକୁ ଖାରଜ କରିଦେଇଥିଲେ ।  ଫଳରେ  ହାଁସ ରାଜ କେନ୍ଦ୍ରୀୟ ସୂଚନା କମିଶନରେ ଅଭିଯୋଗ କରିଥିଲେ । ସୂଚନା କମିଶନ ଉକ୍ତ କେସ୍‌ କୁ ପଞ୍ଜିକୃତ କରି ( CIC/SA/2014/001424) ଶୁଣାଣି କରିଥିଲେ ।ଶୁଣାଣି ସମୟରେ DU ର  କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ  ଦର୍ଶାଇଥିଲେଯେ ଆବେଦନକାରୀ ସଠିକ ଭାବେ ତଥ୍ୟ ମାଗି ନାହାନ୍ତି । ସେ ବାସ୍ତବରେ କାହାର ତଥ୍ୟ ଚାହୁଁଛନ୍ତି , ତାହା ସ୍ପଷ୍ଟ ଭାବେ ଦର୍ଶାଇଲେ , ତଥ୍ୟ ଦେବାକୁ ସମ୍ଭବ ହେବ ବୋଲି କହିଥିଲେ । ନିର୍ଦିଷ୍ଟ ସୂଚନା ମଗାଯାଇ ନଥିବାରୁ ସୂଚନା ପ୍ରଦାନ କରିବା ସମ୍ଭବ ନୁହେଁ ଦର୍ଶାଇ କମିଶନ ଏ କେସ୍‌କୁ ବନ୍ଦ କରିଥିଲେ ।

ଉକ୍ତ କେସ୍‌କୁ ଆଧାର କରି ଶ୍ରୀ ଅରବିନ୍ଦ କେଜରିବାଲ  ସୂଚନା କମିଶନ ଙ୍କ ନିକଟରେ ପ୍ରଧାନମନ୍ତ୍ରୀ ହାସଲ କରିଥିବା University degree ସମ୍ପର୍କିତ ତଥ୍ୟ ମାଗିଥିଲେ ।  କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀ ଶ୍ରୀଧର ଆଚାରୁଲୁ ଏହାକୁ ଗ୍ରହଣ କରିଥିଲେ । କମିଶନ କହିଥିଲେଯେ କୌଣସି ସରକାରୀ ଅଧିକାରୀ ବା ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ବ୍ୟକ୍ତିଗତ ସୂଚନା ନୁହେଁ । ଏହା ସୂଚନା ଅଧିକାର ଆଇନର ଧାରା 8 1(e -information relating to fiduciary) (j - personal information)  ଅଧୀନରେ ଆସୁନାହିଁ । ଏହି ଧାରାରେ କେଉଁ ତଥ୍ୟ ନାଗରିକ ମାନଙ୍କୁ ଦିଆ ନଯିବ, ତାହା ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ ହାସଲ କରିଥିବା ଡିଗ୍ରୀ  ୱେବସାଇଟ ଓ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ public servant ମାନଙ୍କର  ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ  ସମସ୍ତେ ଜାଣିବା ଉଚିତ । ତେଣୁ ଯେତେବେଳେ ଜଣେ PM ବା CMଙ୍କର ତଥ୍ୟ ଜାଣିବାକୁ ଚାହୁଁଛି , ତେଣୁ ସେ ତଥ୍ୟ ପାଇବା ଉଚିତ । ଯେହେତୁ କେଜରିବାଲା ଏହି ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତେଣୁ ଉକ୍ତ ତଥ୍ୟ ତାଙ୍କୁ ଦିଆଯାଇପାରେ । ତେଣୁ କମିଶନ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର CPIO ଙ୍କୁ ପ୍ରଧାନମନ୍ତ୍ରୀ କେଉଁ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ  ହାସଲ କରିଥିଲେ, ଏହାର ତଥ୍ୟ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଓ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଜଣାଇବାକୁ କହିଥିଲେ । କମିଶନ ଉଭୟ ବିଶ୍ୱବିଦ୍ୟାଳୟକୁ ଉକ୍ତ ତଥ୍ୟ ହାସଲ କରି  ଶ୍ରୀ କେଜରିବାଲଙ୍କୁ  ପ୍ରଦାନ କରିବାକୁ ନିର୍ଦେଶ ଦେଇ କେସ୍‌ର ପରିସମାପ୍ତି ଘଟାଇଥିଲେ ।

ଏହାପରେ ଗୁଜରାଟ ବିଶ୍ୱବିଦ୍ୟାଳୟ, କମିଶନଙ୍କ ଉକ୍ତ ଅର୍ଡରକୁ ଚାଲେଞ୍ଜ କରି ଗୁଜରାଟ ହାଇକୋର୍ଟରେ ରିଟ ପିଟିସନ ଦାୟର କରିଥିଲେ । ଗୁଜୁରାଟ ହାଇକୋର୍ଟ ର ପୂର୍ଣାଙ୍ଗ judgement ର ବିଶ୍ଳେଷଣ ପରବର୍ତ୍ତୀ ପର୍ଯ୍ୟାୟରେ ୨ୟ ଭାଗରେ ରହିଛି ।

ପ୍ରଦୀପ ପ୍ରଧାନ 
ମୋ. ୯୯୩୭୮୪୩୪୮୨
ତା. ୦୫.୦୪.୨୦୨୩


୨ୟ ଭାଗ 

କେନ୍ଦ୍ରୀୟ ସୂଚନା କମିଶନ ଦ୍ଵିତୀୟ  ଅପିଲ   ସଂଖ୍ୟା ( CIC /SA/C/2015/000275)  ର ପୂର୍ଣାଙ୍ଗ ଶୁଣାଣି କରି ୨୪.୯.୨୦୧୬ ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟ କୁ ପ୍ରଧାନମନ୍ତ୍ରୀ ଙ୍କ  ଶିକ୍ଷାଗତ ଡିଗ୍ରୀର ତଥ୍ୟ ଶ୍ରୀ ଅରବିନ୍ଦ କେଜରିବାଲା ଙ୍କୁ ଦେବାକୁ ନିର୍ଦ୍ଧେଶ ଦେଇଥିଲେ । କମିଶନ ଙ୍କ ଏତାଦୃଶ ଅର୍ଡରକୁ ଗୁଜରାଟ  ବିଶ୍ୱବିଦ୍ୟାଳୟ ୩୦.୬.୨୦୧୬ ରେ  ଗୁଜରାଟ ହାଇକୋର୍ଟ ରେ ଚାଲେଞ୍ଜ କରିଥିଲେ । ହାଇକୋର୍ଟ Special Civil Application  No. 9476/2016   କୁ ଗ୍ରହଣ କରି କମିଶନଙ୍କ ଅର୍ଡର ଉପରେ ରହିତାଦେଶ ଦେବା ସହ କେଶର ପୂର୍ଣାଙ୍ଗ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ।

ଗୁଜରାଟ ବିଶ୍ୱବିଦ୍ୟାଳୟ  ତରଫରୁ କୋର୍ଟରେ ଦର୍ଶାଇଥିଲାଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ କେହି ମାଗିନଥିଲେ । ସୂଚନା କମିଶନ ଙ୍କର  ଉପରୋକ୍ତ କେଶ ଶୁଣାଣି ସମୟରେ ଶ୍ରୀ ଅରବିନ୍ଦ କେଜରିବାଲା ଙ୍କ oral request କୁ ସୂଚନା ପାଇଁ ଆବେଦନ ଭାବେ ଧରି ନେଇ କମିଶନ ଗୁଜରାଟ ବିଶ୍ୱବିଦ୍ୟାଳୟ କୁ ତଥ୍ୟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ଯାହାକି ବେଆଇନ ଅଟେ । ମୋଦିଙ୍କ ଡିଗ୍ରୀ ତଥ୍ୟ ପାଇଁ କେଜରିବାଲା ଆବେଦନ କରିନଥିଲେ କି  କମିଶନ  ବିଶ୍ୱବିଦ୍ୟାଳୟ କୁ ତଥ୍ୟ ପ୍ରଦାନ ବାବଦରେ ନୋଟିସ କରିନଥିଲେ । କମିଶନ ସିଧାସଳଖ suo moto ତଥ୍ୟ ଦେବାପାଇଁ ବିଶ୍ୱବିଦ୍ୟାଳୟ କି ନିର୍ଦ୍ଧେଶ ଦେଇଥିଲେ ଯାହାକି ଗ୍ରହଣୀୟ ହୋଇ ନଥିଲା । ପୁଣି ବିଶ୍ୱବିଦ୍ୟାଳୟ ତରଫରୁ ଦର୍ଶାଯାଇଥିଲାଯେ , କେନ୍ଦ୍ରୀୟ ସୂଚନା କମିଶନ ଦେଇଥିବା ନିର୍ଦ୍ଧେଶ ସୂଚନା ଅଧିକାର ଆଇନର ଧାରା 8(1)(e)(j) ର କେବଳ  ଖୋଲା ଉଲଂଘନ ନୁହେଁ  ବଂର  Principle of Natural Justice ର ଅବମାନନା ମଧ୍ୟ । 
ବିଭିନ୍ନ  କାରଣ ମୁଖ୍ୟତଃ ପ୍ରତିପକ୍ଷ ମାନେ  ବାରମ୍ବାର ତାରିଖ ନେବା ଯୋଗୁଁ କେଶ ଶୁଣାଣି ଅଯଥା ବିଳମ୍ବ ହୋଇଥିଲା । ୩୧ ମାର୍ଚ୍ଚ, ୨୦୨୩ ରେ କୋର୍ଟ ପୂର୍ଣାଙ୍ଗ ଶୁଣାଣି କରିଥିଲେ । 

ବିଶ୍ୱବିଦ୍ୟାଳୟ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା  କୋର୍ଟକୁ କହିଥିଲେଯେ , ଯେହେତୁ  ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ କଥା ଆସୁଛି , ତେଣୁ ଗୁଜରାଟ ବିଶ୍ୱବିଦ୍ୟାଳୟ  ଉକ୍ତ ତଥ୍ୟକୁ ୯.୫.୨୦୧୬ ରେ  ୱେବସାଇଟରେ  ପ୍ରକାଶ  କରିଛନ୍ତି ।  ସେ ପ୍ରଶ୍ନ ଉଠାଇଥିଲେଯେ , ଶ୍ରୀ କେଜରିବାଲା ଯେପରି ତଥ୍ୟ ଜାଣିବାକୁ ଚାହିଁଲେ ଏବଂ ସୂଚନା କମିଶନ ଅର୍ଡର କଲେ , ତାହା ଚିନ୍ତାର ବିଷୟ । କମିଶନ ଙ୍କ ଏପରି ଦାୟିତ୍ୱହୀନ ଅର୍ଡର ଯୋଗୁଁ ସୂଚନା ଅଧିକାର ଆଇନ ର ଲକ୍ଷ୍ୟ ଓ  ଉଦ୍ଧେଶ୍ୟ ଭୁଲୁଣ୍ଠିତ ହୋଇଛି ।  ଦ୍ଵିତୀୟ ରେ ଉକ୍ତ ତଥ୍ୟ  ସୂଚନା ଅଧିକାର ଆଇନ ର ଧାରା 8(1)(e) (j)ର ଖୋଲା ଉଲଂଘନ ଅଟେ । କାରଣ ଏହି ଧାରା ଅନୁଯାୟୀ, ମୋଦିଙ୍କ ଡିଗ୍ରୀ ତଥ୍ୟ ବ୍ୟକ୍ତିଗତ ତଥ୍ୟ ହୋଇ ଥିବାରୁ ଏହି ତଥ୍ୟ ଦିଆଯାଇପାରିବେ ନାହିଁ। କିନ୍ତୁ ଯଦି ଉକ୍ତ ତଥ୍ୟ ବୃହତ୍ତର ସ୍ୱାର୍ଥ (larger public interest) ରେ ପ୍ରକଟ କରିବାର ଆବଶ୍ୟକ ପଡେ, ତେବେ ଉକ୍ତ ତଥ୍ୟ ପ୍ରକାଶ କରାଯାଇପାରେ ।ଏଠାରେ ସୂଚନାଯୋଗ୍ୟ ସୂଚନା ଆଇନର ଧାରା 8(1)(e) ବ୍ୟବସ୍ଥାଅଛିଯେ ,   ଯଦି କୌଣସି ତଥ୍ୟ ନ୍ୟାସିକ ସମ୍ପର୍କ  ( fiduciary relation) ବଳରେ ହାସଲ ହୋଇଥିବ , ଉକ୍ତ ତଥ୍ୟ ଦିଆଯାଇ ପାରିବ ନାହିଁ । ସେହିପରି  ଧାରା 8(1)(j) ରେ ଉଲ୍ଲେଖ ଅଛିଯେ, ଯଦି ତଥ୍ୟଟି ବ୍ୟକ୍ତିଗତ ସୂଚନା ସମ୍ପର୍କିତ ହୋଇଥିବ , ତେବେ ଉକ୍ତ ତଥ୍ୟ ଦିଆଯାଇପାରିବ ନାହିଁ । ଶ୍ରୀ ମେହେଟ୍ଟା ସୁପ୍ରିମକୋର୍ଟ ଙ୍କ ବିଭିନ୍ନ Judgement  ଯଥା CBSE vs Aditya Bandopadhyaya ଏବଂ ICAI vs Shauna H. Satya (2011) କୁ refer କରି କହିଥିଲେଯେ ସୁପ୍ରିମକୋର୍ଟ ଜଣେ ନାଗରିକର ଯୋଗ୍ୟତା ଯଥା ପରୀକ୍ଷା ମାର୍କସିଟ, ଡିଗ୍ରୀ ଗୁଡିକ ବ୍ୟକ୍ତିଗତ ସୂଚନା ଅଟେ ।।ଉକ୍ତ ତଥ୍ୟ fiduciary capacity ରେ University ବା Examining Board ହାସଲ କରିଥାଏ । ତେଣୁ ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ ଗୁଜରାଟ ବିଶ୍ୱବିଦ୍ୟାଳୟ fiduciary capacity ରେ ଗ୍ରହଣ କରିଛି । ତେଣୁ ଉକ୍ତ ତଥ୍ୟର ପ୍ରକଟନ ପାଇଁ କଣ ଜନସ୍ୱାର୍ଥ ନିହିତ ଅଛି , ତାହା କେଜରିବାଲା ଜଣାଇ ନଥିଲେ । 

ଶ୍ରୀ ମେହେଟ୍ଟା ପୁଣି କହିଥିଲେଯେ, ସୂଚନା ଅଧିକାର ଆଇନ ରେ ସମସ୍ତ ନାହାରିକ ଙ୍କର ତଥ୍ୟ ପାଇବାର ଅଧିକାର ରହିଛି । ତଥ୍ୟ ପ୍ରଦାନ କରାନଗଲେ , ସୂଚନା କମିଶନ ବିଚାର କରିବେ ।କିନ୍ତୁ ଜଣେ ବ୍ୟକ୍ତି ସୂଚନା ପାଇଁ ତଥ୍ୟ ନମାଗି , ତାଙ୍କର କେବଳ oral request କୁ ଗ୍ରହଣ କରି ସୂଚନା କମିଶନ ବିଶ୍ୱବିଦ୍ୟାଳୟ କୁ କୌଣସି ନୋଟିସ ନକରି suo moto ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେବା କେତେଦୂର ଗ୍ରହଣୀୟ , ତାହା କୋର୍ଟ ବିଚାର କରିବାକୁ ସେ ନିବେଦନ କରିଥିଲେ । 
ଶ୍ରୀ ଅରବିନ୍ଦ କେଜରିବାଲା ଙ୍କ ଓକିଲ ନିଜର ପ୍ରତିଜବାବ  ଦାଖଲ କରି  କହିଥିଲେଯେ, ଜଣେ ଛାତ୍ର ପରୀକ୍ଷାରେ ପାସ କରି ଡିଗ୍ରୀ ହାସଲ କଲାପରେ , ଏହା ତାର ବ୍ୟକ୍ତିଗତ ସୂଚନା ହୋଇନଥାଏ। ବଂର ଏହା ଏକ ସର୍ବସାଧାରଣ ସୂଚନା । ମାର୍କ ସିଟ ବ୍ୟକ୍ତିଗତ ସୂଚନା ହୋଇପାରେ , କିନ୍ତୁ ଡିଗ୍ରୀ ବ୍ୟକ୍ତିଗତ ସୂଚନା ନୁହେଁ । ସେ ପୁଣି କହିଥିଲେଯେ , ବିଶ୍ୱବିଦ୍ୟାଳୟ ଓ ଛାତ୍ରଙ୍କ ମଧ୍ୟରେ ସୂଚନା fiduciary ହୋଇପାରେ , କିନ୍ତୁ ଡିଗ୍ରୀ ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ତେଣୁ ଉକ୍ତ ତଥ୍ୟ ସୂଚନା ଆଇନର ଧାରା 8(1)(e )  ଅଧୀନରେ ଆସିବ ନାହିଁ ।

ଉଭୟ ପକ୍ଷରୁ ଶୁଣିଲା ପରେ  ଗୁଜରାଟ ହାଇକୋର୍ଟ ସର୍ବପ୍ରଥମେ ଶିକ୍ଷାଗତ ଯୋଗ୍ୟତା ବ୍ୟକ୍ତିଗତ କି ନୁହେଁ ବିଚାର କରିଥିଲେ । କୋର୍ଟ Subash Chandra Agrawal vs Supreme Court କେଶରେ ସୁପ୍ରିମକୋର୍ଟ  "ବ୍ୟକ୍ତିଗତ ସୂଚନା" ସଂଜ୍ଞା ନିରୂପଣ କରିଥିଲେ । Personal Professional Record includes qualifications, performance, evaluation record, ACR, disciplinary proceedings are all personal information and it's disclosure requires public interest under section 8(1)(j) of the RTI Act.  ବିଶ୍ୱବିଦ୍ୟାଳୟ ବା ବିଭିନ୍ନ ପରୀକ୍ଷା ବୋର୍ଡ ଗୁଡିକ ପରୀକ୍ଷାର୍ଥୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ  ଯଥା ମାର୍କ ସିଟ, ସାର୍ଟିଫିକେଟ ଇତ୍ୟାଦି fiduciary  relation ବଳରେ ହାସଲ କରିଥାନ୍ତି । କମିଶନ ଙ୍କ ଅର୍ଡର କୁ ତର୍ଜମା କରି କୋର୍ଟ କହିଥିଲେଯେ , କମିଶନ ନିଜର ଇଛା  ଅନୁଯାୟୀ ଗୋଟିଏ View  ନେଇଗଲେ ଯେ , [09/04, 00:56] Pradip Pradhan: ସରକାରୀ କର୍ମଚାରୀ, ସାମ୍ବିଧାନିକ ପଦପଦବୀରେ ଥିବା ରାଜନୈତିକ ନେତା ମାନଙ୍କର ଶିକ୍ଷାଗତ  ଯୋଗ୍ୟତା public information ଅର୍ଥାତ ଏହା ସେମାନଙ୍କ ର ବ୍ୟକ୍ତିଗତ ସୂଚନା ନୁହେଁ । ତେଣୁ ଏହା ସୂଚନା ଅଧିକାର ଆଇନର ଧାରା ୮(୧)(j) ଅନ୍ତର୍ଗତ ନୁହେଁ । କିନ୍ତୁ ଏହା କିପରି ବ୍ୟକ୍ତିଗତ ସୂଚନା ନୁହେଁ , ଏହାର କୌଣସି ଯୁକ୍ତି କମିଶନ ଦର୍ଶାଇନଥିଲେ । କିନ୍ତୁ ଏହା ନକରି ଯେହେତୁ ଜଣେ ମୁଖ୍ୟମନ୍ତ୍ରୀ  ଏହି ସୂଚନା ଯଥା ପ୍ରଧାନମନ୍ତ୍ରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ,ତେଣୁ ତାଙ୍କୁ ଏହି ତଥ୍ୟ ଦିଆଯାଇପାରେ , ଏପରି ଯୁକ୍ତି ଅତ୍ୟନ୍ତ  ଅବାନ୍ତର ଏବଂ ସୂଚନା ଆଇନରେ ଆଦୋୖ  ଗ୍ରହଣୀୟ ନୁହେଁ ବୋଲି କୋର୍ଟ ଦର୍ଶାଇଥିଲେ ।

  କୋର୍ଟ ପୁଣି କହିଥିଲେଯେ , ଉକ୍ତ ତଥ୍ୟ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟ ପରିଧି ସହିତ କୌଣସି ସମ୍ପର୍କ ନାହିଁ ବା ସର୍ବସାଧାରଣ ସ୍ୱାର୍ଥ କଣ ନିହିତ ଅଛି , ତାହା ମଧ୍ୟ ଉଲ୍ଲେଖ ନାହିଁ ବା କେଶ ଶୁଣାଣି ସମୟରେ କେହି ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ଶିକ୍ଷାଗତ ଡିଗ୍ରୀ ତଥ୍ୟ  public information ବୋଲି କେହି ଯୁକ୍ତି ଉପସ୍ଥାପନ କରି ନାହାନ୍ତି , ତେଣୁ କମିଶନ କେବଳ  ଶ୍ରୀ କେଜରିବାଲା  ଙ୍କ କଥାରେ ଉକ୍ତ ତଥ୍ୟ ଦେବାକୁ କିପରି ନିର୍ଦ୍ଧେଶ ଦେଲେ , କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । 

କେଶ ଶୁଣାଣି ସମୟରେ କୋର୍ଟ ଶ୍ରୀ କେଜରିବାଲା ଙ୍କ ଓକିଲ ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରକାଶନ ରେ ସର୍ବସାଧାରଣ ସ୍ୱାର୍ଥ କଣ ନିହିତ ଅଛି ତାହା ଦର୍ଶାଇବା ପାଇଁ କହିଥିଲେ । କେଜରିବାଲା ଙ୍କ ଓକିଲ କହିଥିଲେଯେ , ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କର ସମସ୍ତ ତଥ୍ୟ ସର୍ବସାଧାରଣ ରେ ପ୍ରକାଶ ପାଇବା ଉଚିତ ।ଯାହାଦ୍ୱାରା ସାଧାରଣ ଲୋକେ ସେମାନଙ୍କ କାର୍ଯ୍ୟକ୍ରମକୁ ସମୀକ୍ଷା କରିପାରିବେ । କୋର୍ଟ କହିଥିଲେ ସେଥିପାଇଁ  ସୁପ୍ରିମକୋର୍ଟ ଙ୍କ  ନିର୍ଦ୍ଧେଶ ମୁତାବକ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିବା ପୂର୍ବରୁ  ସମସ୍ତ ପ୍ରାର୍ଥୀ ସେମାନଙ୍କର ସମସ୍ତ ତଥ୍ୟ ସର୍ବସାଧାରଣ ରେ ରଖୁଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ ବର୍ତ୍ତମାନ ୱେବସାଇଟ ରେ ଅଛି । ଏହାବାଦ ଜଣେ ଯଦି ଅଧିକ କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି , ତେବେ ସେ ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିବେ । ପୁଣି ଯେହେତୁ ଏହି ତଥ୍ୟ ସୂଚନା ଅଧିକାର ଆଇନର ଧାରା 8(1)(j) ଅନ୍ତର୍ଗତ , ତେଣୁ ଉକ୍ତ ତଥ୍ୟ ପ୍ରକାଶନ ପାଇଁ  ସର୍ବସାଧାରଣ ସ୍ୱାର୍ଥ କଣ ନିହିତ ଅଛି , ତାହା justify କରିପାରିଲେ , ଉକ୍ତ ତଥ୍ୟ ଦିଆଯାଇପାରିବ  । କିନ୍ତୁ ସୂଚନା ପାଇଁ ଆବେଦନ ନକରି ନିଜ ମଧ୍ୟରେ ଉକ୍ତ ତଥ୍ୟ ଜାଣିବା ପାଇଁ ଯେହେତୁ କୌତହୁଳ ସୃଷ୍ଟି ହୋଈଛି , ତେଣୁ ଉକ୍ତ ତଥ୍ୟ ଦିଆଯିବ , ଏହା ଏକ ହାସ୍ୟାସ୍ପଦ କଥା ଏବଂ ବିଚାରଯୋଗ୍ୟ ମଧ୍ୟ ନୁହେଁ । ଏହି କେଶରେ  ଉକ୍ତ ତଥ୍ୟ ପ୍ରକାଶନ ପାଇଁ କୌଣସି ସର୍ବସାଧାରଣ  ସ୍ୱାର୍ଥ ନିହିତ ନଥିଲା ବଂର ଜଣଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଏପରି  ଅର୍ଡର କରାଯାଇଥିଲା । ଯେହେତୁ କମିଶନ ଶ୍ରୀ କେଜରିବାଲା electoral identity card ସମ୍ପର୍କୀତ ତଥ୍ୟ ଦେବାକୁ କହିଲେ , କେଜରିବାଲା କମିଶନ ଙ୍କ ନିକଟରେ ଏକ condition ରଖି କହିଲେ ଯେ , ଯଦି ତାଙ୍କୁ Electoral Identity Card ତଥ୍ୟ ଦେବାକୁ କୁହାଯାଉଛି , ତେବେ ପ୍ରଧାନମନ୍ତ୍ରୀ ଙ୍କୁ କାହିଁକି ତାଙ୍କର ଶିକ୍ଷାଗତ ଯୋଗ୍ୟତା ତଥ୍ୟ  ଦେବାକୁ କୁହାନଯିବ ।ଶ୍ରୀ  କେଜରିବାଲା ଙ୍କ ଏପରି ଯୁକ୍ତି ଅତ୍ୟନ୍ତ ପିଲାଳିଆମୀ ଥିଲା ଏବଂ ଏହା ଆଇନର ପରିଧି ମଧ୍ୟରେ ଆସୁନଥିଲା । କମିଶନ ଶ୍ରୀ କେଜରିବାଲା ଙ୍କ ଏପରି ଯୁକ୍ତି କୁ କିପରି ଗ୍ରହଣ ତାହା ଆଶ୍ଚର୍ୟ୍ଯ ର ବିଷୟ । କୋର୍ଟ ପୁଣି କହିଥିଲେଯେ , ସୂଚନା ଆଇନରେ କମିଶନ suo moto କୌଣସି request କୁ ଗ୍ରହଣ କରି ତଥ୍ୟ ଦେବାକୁ ନିର୍ଦ୍ଧେଶ ଦେଇପାରିବେ ନାହିଁ । କମିଶନ ଏପରି request କୁ ଗ୍ରହଣ କରିବାର ନଥିଲା । କମିଶନ ଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ । ସୂଚନା କମିଶନ ଆଇନର ପତିଧି ମଧ୍ୟରେ କାର୍ଯ୍ୟ କରିବା ଉଚିତ । ଯେହେତୁ ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ ତଥ୍ୟ ୱେବସାଇଟ ରେ ଅଛି , ଉକ୍ତ ତଥ୍ୟ ଠିକ ବା ଭୁଲ , ଏହା ଉପରେ ଶ୍ରୀ କେଜରିବାଲା କୌଣସି ପ୍ରଶ୍ନ ଉଠାଇ ନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଙ୍କ  ଡିଗ୍ରୀକୁ ନେଇ ନାନାଦି ବିଭ୍ରାନ୍ତି ମୂଳକ ପ୍ରଚାର କରାଇଛନ୍ତି । ତେଣୁ ଶ୍ରୀ  କେଜରିବାଲା ଙ୍କ  ଏତାଦୃଶ ଆଚରଣ ପାଇଁ କୋର୍ଟ ତାଙ୍କ ଉପରେ  25000 ଟଙ୍କା ଜୋରିମାନା କରିଥିଲେ ଓ କମିଶନଙ୍କ ଅର୍ଡରକୁ ରଦ୍ଧ କରିଥିଲେ ।

ବାସ୍ତବରେ ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ ଜାଣିବା ପାଇଁ କାହାମନରେ  ଆଗ୍ରହ ନଥିଲା  ବା କେହି ଜାଣିବାକୁ ଏତେ ଆଗ୍ରହୀ ନଥିଲେ । ଏକ କୌତୁହଳ ମଧ୍ୟରୁ ଏହି ପ୍ରସଙ୍ଗ ଉଠିଥିଲା ।ଯେତେବେଳେ ପ୍ରଧାନମନ୍ତ୍ରୀ ଙ୍କ ଡିଗ୍ରୀ ତଥ୍ୟ ୱେବସାଇଟ ରେ ସ୍ଥାନିତ କରାଯାଇଥିଲା,  ଏହାକୁ କେହି ଅନୁଧ୍ୟାନ କରିନଥିଲେ ବା ଠିକ କି ଭୁଲ କହିନଥିଲେ । କୋର୍ଟ ସର୍ବଶେଷରେ ଦର୍ଶାଇଥିଲେଯେ, ଉକ୍ତ ତଥ୍ୟ  ବ୍ୟକ୍ତିଗତ ହୋଇଥିଲେ ମଧ୍ୟ  ସର୍ବସାଧାରଣଙ୍କ  ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ତଥ୍ୟ ଦିଆଯାଇପାରିବ ।

ପ୍ରଦୀପ ପ୍ରଧାନ 
ମୋ-୯୯୩୭୮୪୩୪୮୨
ତା-୦୮.୦୪.୨୦୨୩

1 comment:

  1. Thank you Pradip. You have educated me further on the issue.
    Dr bhagbanprakash

    ReplyDelete