Sunday, October 19, 2025

How Former CM Naveen Patnaik's Aerial Visit to flood-Prone areas was a big fake news and false propaganda ?


ସୂଚନା ଅଧିକାର ଅଭିଯାନ,  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କର ସବୁଠୁ ବଡ଼  ମିଛର ଖୁଲାସା କରିଥିଲା 17 ଅକ୍ଟୋବର 2020 ମସିହାରେ 


ଯେତେବେଳ ସମ୍ପୂର୍ଣ ରାଜ୍ୟ ଓ ଦେଶ କୋଭିଡ ରେ କବଳିତ ହୋଇଥିଲା ସେହିଁସମୟରେ ବାତ୍ୟା ଓ ପରବର୍ତୀ ବନ୍ୟା କୁ ତଦାରଖ କରିବା ପାଇଁ ନବୀନ ପଟନାୟକ 5 ଜିଲ୍ଲା ର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବୋଲି ଭିଡିଓ ଓ ଫଟୋ ମିଡିଆରେ ପ୍ରକାଶିତ ହୋଇଥିଲା. ସେ ସମୟରେ ମୁଖ୍ୟମନ୍ତ୍ରୀ ଙ୍କର ଶାରୀରିକ ଅବସ୍ଥା କୁ ଲକ୍ଷକରି ଆମେ ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱର ବିମାନବନ୍ଦର କର୍ତୃପକ୍ଷ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କର ବିମାନ ର ଗସ୍ତ ବିବରଣୀ ମାଗିଥିଲୁ, ସେଥିରୁ ଯେଉଁ ତଥ୍ୟ ମିଳିଥିଲା ସେଥିରେ V Tosh ହେଲିକପ୍ଟର କେବଳ 19 ମିନିଟ ଉଡାଣ କରିଥିଲା,ତେଣୁ  ହେଲିକାପ୍ଟର ଟି ମାତ୍ର 19 ମିନିଟ ରେ କିଭଳି 5 ଟି ଜିଲ୍ଲା ଗସ୍ତ କରିପାରିବ ତାହା ସନ୍ଦେହ ଦୃଢ଼ଭୂତ ହୋଇଥିଲା ତେଣୁ ଆମେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଙ୍କର ଏହି 19 ମିନିଟ ର ମିଥ୍ୟା ବନ୍ୟାଞ୍ଚଳ ଗସ୍ତ କୁ ଚ୍ୟାଲେଞ୍ଜ କରି ଏହାର ପ୍ରମାଣ ମାଗିଥିଲୁ ଏବଂ ନବୀନ ପଟନାୟକ ବାସ୍ତବରେ କୌଣସି ବନ୍ୟାଞ୍ଚଳ ଗସ୍ତ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଙ୍କ ଅଫିସକୁ ସ୍ପଷ୍ଟୀକରଣ ମାଗିଥିଲୁ, ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ତାହାର ପ୍ରମାଣ ଦେଇପାରିନଥିଲେ ବରଂ  ଏହି ସାମ୍ବାଦିକ ସମ୍ମିଳନୀ କୁ ଓ ଟିଭି ଲାଇଭ  ଟେଲିକାଷ୍ଟ କରିଥିବାରୁ  ଓଟିଭି ର ଲିଗାଲ ରିପୋର୍ଟର ରମେଶ ରଥ ଙ୍କୁ ଏକ ପୁରୁଣା କେଶ ରେ ପୋଲିସ ଲଗାଇ ରାସ୍ତାରୁ ଉଠେଇ ନେଇଥିଲେ ଏବଂ ଓ ଟିଭି ଉପରେ ରେଡ କରିଥିଲେ, ଏପରିକି ପାଣ୍ଡିଆନ ରାଗ ଶୁଝେଇବା ପାଇଁ ଓଟିଭି ର ସାରୁଆ ଜମି କୁ ନେଇ ଲୋକଲଗେଇ ଆନ୍ଦୋଳନ ତ କରେଇଥିଲେ ତା ସହିତ ଓ ଟିଭିରେ କିଛି  ବଡ଼ ଅଫିସର ଙ୍କୁ ମଧ୍ୟ ଗିରଫ କରି ଜେଲ ରେ ମାସ ମାସ ରଖିଥିଲେ. ଓଟିଭି ତାର ପ୍ରତିଷ୍ଠା ଦିନ ଠାରୁ ସବଠୁ  ବିପଦ ର ସମ୍ମୁଖୀନ ହୋଇଥିଲା..ଏପରିକି ରମେଶ ରଥ ଙ୍କୁ ଏଭଳି ଧମକେଇଲେ ଯେ,ସେ ଓଟିଭି ଛାଡିଦେଲେ ଏବଂ ଅନ୍ୟ ଏକ ପ୍ରାଇଭେଟ ସଂସ୍ଥା ରେ ମୋବାଇଲ ନମ୍ବର ପରିବର୍ତନ କରିଦେଇ ଯୋଗଦେଲେ. 

ସେତେବେଳେ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରି ଙ୍କର ଏଭଳି ବୃହତ ମିଛ ଉପରେ ମନ୍ତବ୍ୟ ଟିଏ ଦେଲେ ନାହିଁ କି ଓଟିଭି ଉପରେ ଆକ୍ରମଣ କୁ ନିନ୍ଦା କଲେ ନାହିଁ. ବରଂ କିଛି ବୁଦ୍ଧିଜୀବୀ ଓ ସାମ୍ବାଦିକ 

ଏହିଭଳି ଭାବରେ ଆକ୍ରମଣ କୁ ନିନ୍ଦା କରିଥିଲେ.. ସେହି ସମୟରେ ଓଟିଭି ବଡ଼ ସଙ୍କଟ ଦେଇ ଗତି କରୁଥିଲା. 

ଦୁଇଟି ବିରୋଧୀ ଦଳ  ଏହିଭଳି ଗଣତନ୍ତ୍ର କୁ ବଞ୍ଚେଇବାପାଇଁ ଅତ୍ୟନ୍ତ ଲଜ୍ଜା ଜନକ ଭାବରେ ଚୁପ ରହିଥିଲେ . 

Please visit  the link.

 https://www.facebook.com/share/v/1BqXtKvMAi/

Srikant Pakal 

M- 6370216463

No comments:

Post a Comment